ଭୁବନେଶ୍ୱର, ୩୦/୦୪: ସୋନ ଡ୍ୟାମ୍ରେ ଭାସୁଛି ମୃତଦେହ । ମୃତଦେହଟି ଜଣେ ମହିଳାଙ୍କର ହୋଇଥିବା ବେଳେ ତାଙ୍କ ପରିଚୟ ମିଳି ପାରିନାହିଁ । ମହିଳାଙ୍କ ମୃତ୍ୟୁ ୪ ରୁ ୫ ଦିନ ପୂର୍ବରୁ ହୋଇଥିବା ନେଇ ପୋଲିସ ଅନୁମାନ କରୁଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୋନ ଡ୍ୟାମରୁ ମୃତଦେହଟି ଉଦ୍ଧାର ହୋଇଛି ।
ସୂଚନା ମୁତାବକ, ସୋନ ଡ୍ୟାମରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କପ୍ତିପଦା ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ଡ୍ୟାମରୁ ମୃତଦେହକୁ ଉଦ୍ଧାର କରିଛି । ମୃତଦେହଟି ଜଣେ ମହିଳାଙ୍କର ହୋଇଥିବା ବେଳେ ପରିଚୟ ମିଳି ପାରିନାହିଁ। ଉଦ୍ଧାର ହୋଇଥିବା ମହିଳାଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ୪ ରୁ ୫ ଦିନ ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି। ସେପଟେ ମୃତକଙ୍କ ପରିଚୟ ମିଳିବା ପରେ ପୁରା ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି। ଉଦ୍ଧାର ମୃତଦେହ ରେ ଅନେକ କ୍ଷତ ଚିହ୍ନ ରହିଥିବା ବେଳେ ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହେବ।